ରାଗିଗଲେ କି ବଡ଼ ଠାକୁର ! ଚାରମାଳରୁ ପଡ଼ିଗଲେ ବଡ଼ ବାଡ଼ ସାମନ୍ତ || ଦେଖନ୍ତୁ କାହିଁକି ଘଟିଗଲା ଅଘଟଣ || Adap Bije

ରାଗିଗଲେ କି ବଡ଼ ଠାକୁର ! ଚାରମାଳରୁ ପଡ଼ିଗଲେ ବଡ଼ ବାଡ଼ ସାମନ୍ତ || ଦେଖନ୍ତୁ କାହିଁକି ଘଟିଗଲା ଅଘଟଣ || Adap Bije
#SpiritualKnowledgeOdia
#RathaYatra2024
#GundichaJatra
#JayJagannath
#JaiJagannatha
#GhosaJatra
#Chariotfestival
#RathaJatra
#JagannathDham
#JagannathTemple
#SanskrutiOdia
#JagannathDarshan Puri
#AnubhutireJagannath
#AnubhutireJagannath
Spiritual Knowledge Odia
Jay Jagannath
Jai Jagannatha
Shree Mandira
Jagannath Dham
Jagannath Temple
Sanskruti Odia
Jagannath Darshan Puri
Anubhuti re Jagannath
Anubhutire Jagannath
Chariot festival
Ratha Yatra 2024
Gundicha Jatra
Ghosa Jatra
whatsapp.com/channel/0029Vaeq...
#ରଥଯାତ୍ରା #ପୁରୀ #Pahandi #PuriRathYatra
#JayJagannatha #SpiritualKnowledgeOdia
#JayJagannath #JaiJagannatha #Patidian #ShreeMandira #SanskrutiOdia #Srimandir #ShreeMandir #PuriDham #JagannathPuri
#JagannathDarshanPuri #Puri #Odisha #Rathajatra #Rathayatra #Rathajatra2024
#RathaYatra2024 #JaiJagannatha
ପହଣ୍ଡି ବେଳେ କଣ ପାଇଁ ବନ୍ଧା ହୁଅନ୍ତି ମହାପ୍ରଭୁ ?
ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ନିଆ ଯିବାର ଦୃଶ୍ୟ ବିମୋହିତ କରେ ଦର୍ଶକ ଓ ଭକ୍ତଙ୍କୁ। ସାରା ବିଶ୍ୱର ଗୋଟିଏ ମାତ୍ର ହିନ୍ଦୁ ମନ୍ଦିର ଯେଉଁଠି ମୂଳ ବିଗ୍ରହଙ୍କୁ ବିପୁଳ ଶ୍ରଦ୍ଧାର ସହ ଏମିତି ବାହାରକୁ ଆଣି ଯାତ୍ରା ଉତ୍ସବ କରାଯାଇ ଥାଏ। କେବେ ଭାବିଛନ୍ତି, ପହଣ୍ଡି କେମିତି ହୁଏ ? କାହିଁକି ବନ୍ଧା ହୋଇ ଛେଚା କଚା ଖାଇ ଠାକୁର ମାନଙ୍କୁ ଏମିତି ରଥାରୁଢ଼ କରାଯାଏ ?
ଜଗନ୍ନାଥାଦି ଦାରୁ ବିଗ୍ରହଙ୍କୁ ପହଣ୍ଡି ସମୟରେ ସେନାପଟାରେ ବାନ୍ଧି ଦିଆଯାଇ ପହଣ୍ଡି କରା- ଯାଏ। ଆଉ ଏହି ସେନାପଟା ତିଆରି ହୋଇଥାଏ ବଉଳ କାଠରେ। ସେନାପଟା ଶବ୍ଦଟି ‘ସେନ୍ହା’ ଶବ୍ଦରୁ ଆସିଛି। ଯାହାର ପ୍ରକୃତ ଅର୍ଥ ହେଉଛି ସାଞ୍ଜୁ ବା ଯୁଦ୍ଧ ସମୟରେ ଦେହକୁ ସୁରକ୍ଷା ଦେଉଥିବା କବଚ। ପହଣ୍ଡି ସମୟରେ ଯେପରି ବିଗ୍ରହଙ୍କୁ କୌଣସି ଆଘାତ ନ ଲାଗେ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଗବେଷଣା କୁହେ। ସେନାପଟା ଶ୍ରୀଅଙ୍ଗକୁ ସୁରକ୍ଷା ଦେଉଥିବା ବେଳେ ତମ୍ବାରେ ତିଆରି ବାହୁଟ କଣ୍ଟ ଶ୍ରୀଭୁଜକୁ ସୁରକ୍ଷା ଦେଇଥାଏ।
ହେଲେ ମହାପ୍ରଭୁଙ୍କୁ ବଉଳ କାଠରେ ତିଆରି ଏହି ସେନାପଟା ବାନ୍ଧିବା ପଛରେ ରୋଚକ ଲୋକକଥାଟିଏ ଲୁଚି ରହିଛି। ଯାହା ମହାପ୍ରଭୁଙ୍କ ଅଜାଘର ସହ ସମ୍ପର୍କିତ ବୋଲି ଲୋକେ କୁହନ୍ତି।
କାହାଣୀଟି ହେଉଛି ଏମିତି-
ପ୍ରଭୁ ଜଗନ୍ନାଥ, ବଳଭଦ୍ର ଦୁଇ ଭାଇ ପଣସ ଖାଇବାକୁ ଭାରି ଭଲ ପାଉଥିଲେ। ସାକ୍ଷୀ- ଗୋପାଳରେ ଥିବା ବକୁଳ ବନ ପରିସରରେ ପ୍ରଚୁର ପଣସ ହୋଇଥିବାରୁ ଗୋଟିଏ ରାତିରେ ଦୁଇଭାଇ ପଣସ ଖାଇବାକୁ ତା ମଧ୍ୟକୁ ପଶିଲେ। ଏହି ସମୟରେ ତପସ୍ୟାରତ ସିଦ୍ଧ ବଳରାମ ଗୋସେଇଁ ଦୁଇ କଳାଗୋରା ବାଳକଙ୍କୁ ଦେଖି ପଣସ ଚୋରି କାହିଁକି କରୁଛ ବୋଲି ପଚାରି ଥିଲେ ଓ ରାଗରେ ଏକ ବଉଳ ଗଛରେ ବାନ୍ଧି ଦେଇଥିଲେ। ହେଲେ ଦୁଇଭାଇ ବଳରାମ ଗୋସାଇଁଙ୍କୁ ଅଜା ବୋଲି ସମ୍ବୋଧନ କରି ତାଙ୍କ ମୁଣ୍ଡରେ ହାତ ରଖି ପଣସ ଚୋରି କରି ନାହାନ୍ତି ବୋଲି କହିଥିଲେ। ଏଣେ ପଣସ ଅଠା ବଳରାମ ଗୋସାଇଁଙ୍କ ମୁଣ୍ଡରେ ଲାଗି ଥିବାରୁ ସେ ରାଜାଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମହାପ୍ରଭୁ ଗଜପତିଙ୍କୁ ସ୍ୱପ୍ନାଦେଶ କରି ବଳରାମ ନିର୍ଦ୍ଦୋଷ ଓ ନିଜେ ଦୁଇ ଭାଇ ବାଳକ ବେଶରେ ପଣସ ଖାଇଥିବା ସ୍ୱୀକାର କରିଥିଲେ।
ଏହି କାହାଣୀର ସ୍ମାରକୀ ସ୍ୱରୂପ ଆଜି ମଧ୍ୟ ସାକ୍ଷୀଗୋପାଳ ବକୁଳବନରେ ଥିବା ସିଦ୍ଧ ବଳଦେବଙ୍କ ପୀଠରୁ ବଉଳ କାଠ ଆସି ପହଣ୍ଡି ପୂର୍ବରୁ ସେନାପଟା ଭାବେ ପ୍ରସ୍ତୁତ ହୋଇଥାଏ। ନିଜ ତ୍ରୁଟି ପାଇଁ ମହାପ୍ରଭୁ ମଧ୍ୟ ପ୍ରତିବର୍ଷ ଏହି ବଉଳ କାଠରେ ପ୍ରସ୍ତୁତ ସେନାପଟାରେ ବନ୍ଧା ହୋଇ ଭକ୍ତଙ୍କ ଭିତରେ ଦଣ୍ଡିତ ହେଉଥିବା ଦର୍ଶାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।
ଜୟ ଜଗନ୍ନାଥ 🙏
ଭଗବତକଥା
ଓଁ ନମୋ ଭଗବତେ ବାସୁଦେବାୟ 🙏

Пікірлер: 2

  • @arabindasahu7573
    @arabindasahu757318 күн бұрын

    କାହିଁକି ନ ଘଟିବ? ପଣ୍ଡାମାନେ ନିଜକୁ ପ୍ରଭୁଙ୍କ ଠାରୁ ମଧ୍ୟ ବଡ଼ ମନେ କରୁଛନ୍ତି ।ପଣ୍ଡାମାନେ ରଥରେ ଏମିତି ଠାକୁରଙ୍କୁ ଆଢୁଆଳ କରି ଠାକୁରଙ୍କ ଉପରେ ଚଢିଯାଉଛନ୍ତି ଯେ ଭକ୍ତମାନେ ଶାନ୍ତିରେ ଦର୍ଶନ ମଧ୍ୟ କରିପାରୁନାହାନ୍ତି ।ବିନାଶ କାଳେ ବିପରୀତ ବୁଦ୍ଧି ।ହେ ପ୍ରଭୁ ସେବକ ପଣ୍ଡା ମାନଙ୍କୁ ସତ ବୁଦ୍ଧି ଦିଅନ୍ତୁ ।

  • @Lipkumar123
    @Lipkumar12319 күн бұрын

    ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ଆଜ୍ଞା ଗର୍ବ ଅହଙ୍କାର ତ୍ଯାଗ କରି ନିଜର ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ସେ ବଳୀନାଂଶ୍ରେଷ୍ଠ ଭକ୍ତବତ୍ସଳ କ୍ଷମା କରିବେ🙏🙏🙏ାା

Келесі